ନୂଆଖାଇ ପରଦିନକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମ ଓଡିଶାବାସୀଙ୍କ ଦାବି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୯ ତାରିଖ ସୋମବାର ଅର୍ଥାତ ନୂଆଖାଇ ପରଦିନକୁ ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ ତାରିଖ ରବିବାର ଦିନ ନୂଆଖାଇ ପର୍ବ ପଡୁଥିବାରୁ, ମୁଖ୍ୟମନ୍ତ୍ରୀ ସୋମବାର ଦିନଟିକୁ ଛୁଟି ଘୋଷଣା କରୁଛନ୍ତି।ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ ସ୍ଥରୀୟ କୋର୍ଟ ବନ୍ଦ ରହିବ। ସୂଚନାଯୋଗ୍ୟ, ନୂଆଖାଇ ଉପଲକ୍ଷେ ୩ ଦିନ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା।