ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍ସ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଖାଇ ଉପଲକ୍ଷେ ସମ୍ବଲପୁରବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ସମ୍ବଲପୁରରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବା ସହିତ ଅନେକ ଜନହିତକର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଭାସୀରେ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ତେବେ ଆଜି ଜିଲ୍ଲା ଗସ୍ତ ସମୟରେ ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍ସ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଥିଲେ, ରାଜ୍ୟରେ ଭାଜପା ସରକାର ଗଢିଲେ ଓଡିଶାର ଦ୍ବିତୀୟ ମମ୍ସ ସମ୍ବଲପୁରରେ ହେବ ।କେନ୍ଦ୍ର ନିକଟରେ ରାଜ୍ୟ ସରକାର ଏନେଇ ଦାବି ରଖିଥିବା ବେଳେ ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Related Articles

Back to top button