ବିଶାଖାପାଟଣା ନିକଟ ପୋଷାକ ତିଆରି କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‌, ୫୦ ଅସୁସ୍ଥ

ଅମରାବତୀ: ବିଶାଖାପାଟଣା ନିକଟରେ ଥିବା ଏକ ପୋଷାକ ତିଆରି କାରଖାନାରେ ଗ୍ୟାସ୍ ଲିକ୍ ହୋଇଛି । ଗ୍ୟାସ୍ ଲିକ୍ ହେବାରୁ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରୁ ୫୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଶାଖାପାଟଣା ନିକଟ ଅଚ୍ୟୁତପୁର ସ୍ବତନ୍ତ୍ର ଶିଳ୍ପାଞ୍ଚଳ ଜୋନ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

କାରଖାନାରେ ହାଠାତ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଫଳରେ କାର୍ଯ୍ୟରତ କର୍ମଚାରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ଅଣନିଶ୍ୱାସୀ ହେବା ସହ ସେମାନଙ୍କ ଆଖି ପୋଡ଼ିଥିଲା । ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୫୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ୪ ମାସରେ ଏହା ତୃତୀୟ ଗ୍ୟାସ୍ ଘଟଣା ବୋଲି କୁହାଯାଉଛି ।

ଜୁନ ୩ରେ ଆଉ ଏକ ସମାନ ଘଟଣା ଘଟିଥିଲା । କମ୍ପାନୀରେ ୨ ହଜାର ମହିଳା କର୍ମଚାରୀ ଅଚାନକ ଚେତାଶୂନ୍ୟ ହୋଇଥିଲେ କିଛି ବାନ୍ତି କରିଥିଲେ । ଲାବ୍ରୋଟୋରୀ ୟୁନିଟରୁ ଆମୋନିଆ ଗ୍ୟାସ ଲିକ ହୋଇଥିବା ଏପରି ପରିସ୍ଥିତି ଉପୁଜିଥିବା ଜଣାପଡିଥିଲା। ଆଇଆଇସିଟି ବିଶେଷଜ୍ଞମାନେ ଲାବରେ ପହଞ୍ଚି ପରୀକ୍ଷା କରିଥିଲେ । ଗ୍ୟାସ ଲିକର କାରଣ ଖୋଜିଥିଲେ । ଏହାପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲ୍ୟାବକୁ ବନ୍ଦ କରିବାକୁ କହିଥିଲେ ।

Related Articles

Back to top button