ଭସାଣି ପାଇଁ ଗାଇଡଲାଇନ୍ ଜାରି କରିଛି କମିସନରେଟ ପୁଲିସ୍

ରାଜଧାନୀରେ ଭସାଣି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖାନଯାଏ ସମସ୍ତ କାର୍ଯ୍ୟକ୍ରମ ଯେମିତି ଶାନ୍ତିଶୃଙ୍ଖଳାର ସହ ସମାପନ ହୁଏ, ସେଥିପାଇଁ କମିସନରେଟ ପୁଲିସ ଅଣ୍ଟାଭିଡିଛି। ଏଥିପାଇଁ ଭସାଣି କାର୍ଯ୍ୟକ୍ରମ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭସାଣି ସମୟରେ ସାରା ସହରରେ ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ। ଭୁବନେଶ୍ୱରରେ କାଲି ଅପରାହ୍ନ ୩ଟାରୁ ଭସାଣ ଆରମ୍ଭ ହେବେ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ

ସେହିପରି ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ଦେଇ ଯାନବାହନ ଯାଇପାରିବ ନାହିଁ । ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ।ଜନପଥ ରାସ୍ତାରେ ଯାନବାହନ ମନା, ସଚିବାଳୟ ରାସ୍ତା ଦେଇ ଗାଡି ଚଳାଚଳ କରିବ । ନୟାପଲ୍ଲୀ ଭସାଣ ପାଇଁ CRP ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।

ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା। ସେସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ ବୋଲି ଗାଇଡଲାଇନ୍ ଜାରି କରାଯାଇଛି। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ ଦେଇ ଯିବ । ଏହି ସବୁ ନିୟମକୁ ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିବ ବୋଲି କମିସନରେଟ ପୋଲିସ ସୂଚନା ଦେଇଛି ।

Related Articles

Back to top button