ଆଜିଠୁ ବାଲେଶ୍ବରରେ ଆହୁରି କୋହଳ ହେବ କଟକଣା ।

ଆଜିଠୁ ବାଲେଶ୍ବରରେ ଆହୁରି କୋହଳ ହେବ କଟକଣା । ଟାଉନ୍ ଥାନା ଅଞ୍ଚଳରେ ବଢିଲା କର୍ଫ୍ୟୁ କୋହଳ ସମୟ । ସକାଳ ୫ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୂର୍ବଭଳି ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ । ଲିଜ୍ ଲାଇନ୍, ବ୍ରଡ଼ବ୍ୟାଣ୍ଡ, ମୋବାଇଲରେ ଇଣ୍ଟରନେଟ୍ ସେବା ମିଳୁଛି ।ଗୁଜବକାରୀଙ୍କୁ ଚିହ୍ନାଇବାକୁ ପୋଲିସ ହେଲ୍ପଲାଇନ୍ ଓ ହ୍ବାଟସ୍‌ଆପ୍ ନମ୍ବର ଜାରି କରିଛି । ଇଣ୍ଟରନେଟ୍ ଓ୍ବାଇଫାଇ ପାସ୍ ଓ୍ବାର୍ଡ଼ କାହାରିକୁ ନଦେବାକୁ ପୋଲିସ ପରାମର୍ଶ ଦେଇଛି । ନିୟମିତ ବ୍ୟବଧାନରେ ପାସଓ୍ବାର୍ଡ଼ ବଦଳାଇବାକୁ ଜନସାଧାରଣଙ୍କୁ କୁହାଯାଇଛି । ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ବାଲେଶ୍ବରରେ ଏବେବି ଜାରି ରହିଛି କର୍ଫ୍ୟୁ କଟକଣା ।

Related Articles

Back to top button