
ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି
ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି। ମହାବୀରରୋଡ ଘାଗରାମୁଣ୍ଡା ପଞ୍ଚାୟତ ଖଇରାମୁଣ୍ଡା ଗାଁ ଜଙ୍ଗଲରୁ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅସୁସ୍ଥତାରୁ ମୃତ୍ୟୁ ଘଟିଥିବା ନେଇ ଅନୁମାନ କରାଯାଉଛି। ହାତୀଟିର ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି କୁହାଯାଉଥିବା ବେଳେ ତାଳଚେର ରେଞ୍ଜରୁ ହାତୀଟି ମହାବୀରରୋଡ ରେଞ୍ଜକୁ ଆସିଥିବା ନେଇ ସୂଚନା ମିଳିଛି।