୨୯୧ରେ ପହଞ୍ଚିଲା ବାହାନଗା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା

କଟକ: ବାହାନଗା ଦୁର୍ଘଟଣାରେ ଆଉ ଜଣେ ଆହତ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇ ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ପଶ୍ଚିମବଙ୍ଗର ସାହିଲ ମନସୁର । ଦୁର୍ଘଟଣା ପରେ ୧୫ ଦିନ ପର୍ଯ୍ୟନ୍ତ ସର୍ଜରୀ ଆଇସିୟୁରେ ସାହିଲ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । କିନ୍ତୁ ଶେଷରେ ଆଜି ସେ ମୃତ୍ୟୁ ଆଗରେ ହାର୍ ମାନିଛନ୍ତି । ଜୀବନ-ମୃତ୍ୟୁର ଏହି ସଂଗ୍ରାମରେ ସେ ପଛରେ ପଡି ଯାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏସସିବି ମେଡିକାଲରେ ସାହିଲ ପ୍ରାଣ ହରାଇଛନ୍ତି । ତେବେ ତାଙ୍କର ମୃତ୍ୟୁ ସହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧ରେ ପହଞ୍ଚିଛି ।

ଗତକାଲି ମଧ୍ୟ ବିହାରର ଜଣେ ଯାତ୍ରୀ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

Related Articles

Back to top button