କେନ୍ଦ୍ର ସରକାରଙ୍କ ଦ୍ୱାରା ଦୁରୁଆ ସଂପ୍ରଦାୟଙ୍କୁ ମିଳିଲା ଆଦିବାସୀ ମାନ୍ୟତା

ଦୀର୍ଘ ଦିନର ଦାବି ପରେ ନିଜର ଅଧିକାର ଫେରି ପାଇଛନ୍ତି ଦୁରୁଆ ସଂପ୍ରଦାୟ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଏହି ଲୋକେ ଆଦିବାସୀ ମାନ୍ୟତା ପାଇବା ପାଇଁ ବ୍ଲକସ୍ତରରୁ ଜିଲ୍ଲାସ୍ତର, ରାଜ୍ୟସ୍ତରରେ ଆନ୍ଦୋଳନ କରି ଆସିବା ସହ ନିର୍ବାଚନକୁ ବି ବର୍ଜନ କରିଥିଲେ। ଶେଷରେ ଦୀର୍ଘ ବର୍ଷର ସଂଘର୍ଷ ଆଉ ଆନ୍ଦୋଳନ ପରେ ଏହି ଦୁରୁଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଛି । ପରିଶେଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏମାନଙ୍କୁ ଆଦିବାସୀ ମାନ୍ୟତା ଦିଆ ଯାଇଛି।ଏଥିପାଇଁ କୋରାପୁଟ ଜିଲ୍ଲା ବୈପାରୀଗୁଡା ଅନ୍ତର୍ଗତ ସରିଷପଦର ଠାରେ ଦେଖିବାକୁ ମିଳିଛି ଆନନ୍ଦର ଲହରୀ । ପାରମ୍ପରିକ ବାଜା ସହ ଚାଲିଛି ଗୀତ ନାଚ କରି ଉତ୍ସବ ପାଳୁଛନ୍ତି।

Related Articles

Back to top button