
୫ଦିନ ଯାଏଁ ରହିବ କାଳବୈଶାଖୀର ପ୍ରଭାବ
କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ଵସ୍ତି । ଆଜି ଉତ୍ତର ଓଡିଶାର ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜି ଟ୍ବିନ୍ ସିଟିରେ ଝଡ ବର୍ଷା ସମ୍ଭାବନା ରହିଛି। ୫ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ ତାପମାତ୍ରାରେ ସେତେଟା ବୃଦ୍ଧି ଘଟିବ ନାହିଁ। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।