ଶୀତରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ୪ ସହର

ବର୍ତ୍ତମାନ ରାଜ୍ୟରେ ୪ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ତେବେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଥିବା ରେକର୍ଡ ହୋଇଛି । ଏହା ପରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝର ସହରରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଏତତ୍ ବ୍ୟତୀତ କଳାହାଣ୍ଡିରେ ୧୦.୬, ଝାରସୁଗୁଡ଼ା ଓ ଚିପିଲିମାରେ ୧୦.୮, ସୁନ୍ଦରଗଡ଼ ଓ ଦେବଗଡ଼ ସହରରେ ତାପମାତ୍ରା ୧୨.୫ ଡିଗ୍ରୀ ରହିଛି।

ତେବେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଏତତ୍ ବ୍ୟତୀତ ୨୨ ତାରିଖ ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଯେଉଁ କାରଣରୁ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଫଳରେ ରାଜ୍ୟରେ ଶୀତ ପ୍ରକୋପ ।ହୁରୀ ବଢିବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button