ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ମନୋରଞ୍ଜନ ମିଶ୍ର
ପୁଣି ଏକ ଉଚ୍ଚ ପଦବୀରେ ନିଯୁକ୍ତି ପାଇଲେ ଆଉ ଜଣେ ଓଡ଼ିଆ ପୁଅ। ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ମନୋରଞ୍ଜନ ମିଶ୍ର। ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ସେ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଦାୟିତ୍ୱରେ ଥିଲେ। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ହେତୁ ତାଙ୍କୁ ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ଏତେ ବଡ ଦାୟିତ୍ୱ ଦିଆଯାଇଛି।
ସୂଚନା ଅନୁସାରେ , ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ମନୋରଞ୍ଜନ ମିଶ୍ର। ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ନିଯୁକ୍ତି ମିଳିଛି। ମନୋରଞ୍ଜନ ମିଶ୍ର ଆରବିଆଇରେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ତେଣୁ ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ରହିଛି। ୟୁକେର ଆଷ୍ଟନ ୟୁନିଭରସିଟିରୁ ମନୋରଞ୍ଜନ ମିଶ୍ର ଫାଇନାନସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ କରିଛନ୍ତି ଏବଂ ଅର୍ଥନୀତିରେ ସ୍ନାତକୋତ୍ତର, ବ୍ୟାଙ୍କିଙ୍ଗ ଓ ଫାଇନାନସରେ ଏମବିଏ କରିଛନ୍ତି। ତାଙ୍କର ବହୁ ଅଭିଜ୍ଞାତା ହେତୁ ତାଙ୍କୁ ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ଏତେ ବଡ ଦାୟିତ୍ୱ ଦିଆଯାଇଛି। ସେ ନଭେମ୍ବର ୧ରୁ ସେ ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ।