କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବୀ ମାଆ ମାଣିକେଶ୍ବରୀଙ୍କ ପୀଠରେ ଚାଲିଛି ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବୀ ମାଆ ମାଣିକେଶ୍ବରୀଙ୍କ ପୀଠରେ ଚାଲିଛି ପ୍ରସିଦ୍ଧ ଛତର ଯାତ୍ରା । ସେଥିପାଇଁ ଚଳଚଂଚଳ ହୋଇପଡିଛି ସାରା ସହର । ଏହି ପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ସହରରେ ଭିଡ଼ ପରିଲକ୍ଷିତ ହୋଇଛି । ଭୋର ୪ଟା ପରେ ମାଙ୍କ ବିଜୟ ଛତର ବାହାରିଛି । ଦିନ ୧୨ଟା ପୂର୍ବରୁ ରାଜବାଟି ସ୍ଥିତ ମାଆ ମାଣିକେଶ୍ବରୀ ମନ୍ଦିରକୁ ଛତର ପହଞ୍ଚିବ ବୋଲି ସୂଚନା ମିଳିଛି । ମାଆ ମାଣିକେଶ୍ବରୀ ଭବାନୀପାଟଣାର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦାଙ୍କ ଆରାଧ୍ୟ ଦେବୀ । ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି । ଛତର ଯାତ୍ରା ପାଇଁ ସାରା ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

Related Articles

Back to top button