
ଓଡିଆ ଭାଷାରେ ଲେଖା ରହିବ ସମସ୍ତ ସରକାରୀ କାର୍ଯ୍ୟାଳର ଫାଇଲ
ରାଜ୍ୟରେ ସରକାରୀ କାର୍ୟ୍ୟାଳୟରେ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ କରାଯିବ । ଏ ପ୍ରସଙ୍ଗରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ କହିଛନ୍ତି । ରାଜ୍ୟରେ ବିଜେପି ସରକାରର ପ୍ରଥମ ଦିନରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଓଡିଶାର ଶାସନ ଓଡ଼ିଆ ରେ ହେବ।ଏଥିସହ ସମସ୍ତ ସରକାରୀ ଫାଇଲ ଓ ନଥିରେ ଲେଖା ଯାଉଥିବା ଲେଖାସବୁ ଓଡ଼ିଆ ଭାଷାରେ ରହିବ। ଏ କଥା କୁ ଆମେ ଗୁରୁତର ସହ ବିଚାର କରୁଛୁ ଏବଂ ଓଡିଶା ରେ ଓଡ଼ିଆ ଭାଷାରେ ଶାସନ ହେବ ଓ ତାର ବିରୁଦ୍ଧଆଚରଣ କଲେ ଦଣ୍ଡ ବିଧାନ ହେବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଦଣ୍ଡ ବିଧାନ ଠାରୁ ଆମେ ଯଦି ଏହା ଉପରେ ଗୁରୁତ୍ୱ ପ୍ରଦାନ କରିବା ତେବେ ନିଶ୍ଚିତ ଭାବରେ ଏକଥା ଠିକ ଭାବରେ ସମ୍ପାଦିତ ହୋଇପାରିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ୟ୍ୟାବଂଶୀ ସୁରଜ କହିଛନ୍ତି ।