ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରଥ ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକ

ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଚଳିତ ବର୍ଷ ରଥଯାତ୍ରାରେ ଭକ୍ତ ଭଲ ଅନୁଭବ ନେବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରଥ ଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହୋଇଛନ୍ତି । ପୁରୀ ଟାଉନହଲରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶ୍ଵିନୀ ପାତ୍ର, ଉଷା ଦେବୀ, ତୁକୁନି ସାହୁ, ପ୍ରଦୀପ ଅମାତ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।

ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଉନ୍ନୟନ କମିଶନର ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ ମଞ୍ଚରେ ଅଛନ୍ତି।
ତେବେ ରଥ ଯାତ୍ରା ବୈଠକ ପୂର୍ବରୁ ୧୫ କଂଗ୍ରେସ କର୍ମୀଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ମନ୍ତ୍ରୀଙ୍କୁ କଳାପତାକା ଦେଖାଇବାକୁ ପ୍ରସ୍ତୁତି ବେଳେ ସେମାନଙ୍କୁ ପୁଲିସ ଉଠାଇ ନେଇଛି।

ସମୀକ୍ଷା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଚଳିତ ବର୍ଷ ରଥଯାତ୍ରାରେ ଭକ୍ତ ଭଲ ଅନୁଭବ ନେବେ। ସହଯୋଗ ପାଇଁ ସେବାୟତ ଓ ପୁରୀ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Related Articles

Back to top button