ବର୍ଷର ପ୍ରଥମ ବନ୍ୟା ଜଳ ପହଞ୍ଚିଛି କଟକ ମୁଣ୍ଡଳୀରେ

କଟକ ମୁଣ୍ଡଳୀରେ ପହଞ୍ଚିଛି ବର୍ଷର ପ୍ରଥମ ବନ୍ୟା ଜଳ । ଏହାଫଳରେ ମହାନଦୀ ଓ ଅନ୍ୟ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ବାଲେଶ୍ୱର ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବରମୂଳଠାରେ ଜଳସ୍ତର ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହେବାର କୌଣସି ସୂଚନା ନାହିଁ । ହୀରାକୁଦ ପାଣି ପହଞ୍ଚି ଥିବାରୁ ଜଳସ୍ତର ଆହୁରୀ ବଢିବ । ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।

Related Articles

Back to top button