୨୦ଟି ଗେଟ୍‌ ଦେଇ ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ। ରବିବାର ୩ଟି ପର୍ଯ୍ୟାୟରେ ମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଛି। ଅପରପକ୍ଷେ, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ସ୍ଵତନ୍ତ୍ର ରିଲିଫ୍‌ କମିଶନର ପଦ୍ମନାଭ ବେହେରା। ସେ କହିଛନ୍ତି, ୨୦ଟି ଗେଟ୍ ଖୋଲାଯିବା ଫଳରେ ସୋମବାର ସକାଳ ୮ଟା ସୁଦ୍ଧା ଖଇରମାଳଠାରେ ୪.୫୦ ଲକ୍ଷ କ୍ୟୁସେକ୍ ଏବଂ ଜୁଲାଇ ୩୦ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ।ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସତର୍କ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ୯ଟି ଜିଲାର ଜିଲାପାଳମାନଙ୍କୁ ସତର୍କ କରାଇଛନ୍ତି। ସମ୍ବଲପୁର, ସୋନପୁର, ବୌଦ୍ଧ ନୟାଗଡ଼, ଅନୁଗୁଳ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପଶୁମାନଙ୍କୁ ମଧ୍ୟ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ନ ଛାଡିବା ପାଇଁ କୁହାଯାଇଛି।

Related Articles

Back to top button