
ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି।ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ। ରାଜ୍ଯର ପ୍ରାଯ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ଯାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ନେଇ ବାରମ୍ବାର ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହେବାରୁ ଆଜି ନିଜେ ଉପମୁଖ୍ୟମନ୍ତ୍ରୀ ଅନଲାଇନରେ ଲାଇଭ ବାର୍ତ୍ତା ଦେବାକୁ ବାଧ୍ୟ ହୋଇଛନ୍ତି ।ଏପରିକି ଏହି ଯୋଜନାରେ ବିଧବା ଭତ୍ତା ପାଉଥିବା ମହିଳା ଓ ବୃତ୍ତି ପାଉଥିବା ଛାତ୍ରଛାତ୍ରୀ ବି ବାଦ ପଡିବାର ଆଶଙ୍କା ରହିଛି । ଏହାର ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ, ସ୍ବଚ୍ଛଳ ବର୍ଗକୁ ଛାଡିଦେଲେ ୨୧ରୁ ୬୦ ବର୍ଷ ବୟସ ମଧ୍ୟରେ ସବୁ ଯୋଗ୍ୟ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ଆବଦେନ ଗ୍ରହଣ କରାଯିବ ।
ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ହେବାକୁ ଆବେଦନପତ୍ର ଗ୍ରହଣର ସମୟସୀମା ଧାର୍ଯ୍ୟ କରାଯାଇନାହିଁ । ତେଣୁ ଫର୍ମ କିଣିବା ଓ ଦାଖଲ ପାଇଁ ଅକାରଣରେ ଭିଡ ନକରିବାକୁ ସେ ଅପିଲ କରିଛନ୍ତି । ଆଧାର କାର୍ଡ ନଥିଲେ ଯୋଗ୍ୟ ହିତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ତେଣୁ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଗ୍ରହୀ ମହିଳା ଆଧାର କାର୍ଡ କରିବା ଉଚିତ ବୋଲି ସେ କହିଛନ୍ତି । ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ର ପାଇଁ ଫର୍ମ ଉପଲବ୍ଧ । ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ।