ମହିଳାଙ୍କ ପାଇଁ ବସ୍ ଟିକଟ ମୂଲ୍ୟରେ ୫୦% ଛାଡ଼ କଲେ ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଏଭଳି ଏକ ବଡ ଘୋଷଣା କରାଯାଇଛି । ଏଣିକି ବସରେ ଯାତ୍ରା କରିବା ପାଇଁ ଟିକଟ ମୂଲ୍ୟରେ ମହିଳାଙ୍କୁ ମିଳିବ ରିହାତି । ୫୦%  ମୂଲ୍ୟରେ ମହିଳାମାନେ ବସରେ ଯାତ୍ରା କରିପାରିବେ । ଏ ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ଟିକଟର ଅଧା ମୂଲ୍ୟରେ ମହିଳା ଏବେ ବସରେ ଯାତାୟତ କରିପାରିବେ । ଏନେଇ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି ମହାରାଷ୍ଟ୍ର ସରକାର । ମହିଳା ସମ୍ମାନ ଯୋଜନା ଅଧୀନରେ ରାଜ୍ୟରେ ଚାଲୁଥିବା ଏମଏସଆରସିଟିସି ବସରେ ଯାତାୟତ କରିବା ପାଇଁ ମହିଳାଙ୍କୁ ଟିକଟର ଅଧା ମୂଲ୍ୟ ଦେବାକୁ ପଡିବ । ତେବେ ଏଥିପାଇଁ ଯେଉଁ ଖର୍ଚ୍ଚ ହେବ ତାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ୨୦୨୩-୨୪ ବଜେଟ ଉପସ୍ଥାପନ ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ୭୫ରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ଏପରି ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ ମହାରାଷ୍ଟ୍ର ସରକାର । ଏମଏସଆରସିଟିସି ବସରେ ଯିବା ଆସିବା କରୁଥିବା ୭୫ ବର୍ଷରୁ ଅଦିକ ବୟସର ଲୋକମାନଙ୍କୁ ବସ ଭଡା ସମ୍ପୂର୍ଣ୍ଣ ଛାଡ କରାଯାଇଥିବା ବେଳେ ୬୫-୭୪ ବର୍ଷ ବୟସର ଯାତ୍ରୀମାନଙ୍କ ପାଇଁ ଏହି ମୂଲ୍ୟ ୫୦% ଛାଡ ହୋଇଥିଲା । ଭାରତର ୭୫ ତମ ସ୍ୱାଧୀନତା ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନେଇଥିଲେ ମହାରାଷ୍ଟ୍ର ସରକାର ।

Related Articles

Back to top button