ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ଜାନୁଆରୀ ୧୫ ପରେ : ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା

ଜାନୁଆରୀ ୧୫ ପରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଟଙ୍କା ମିଳିବା ନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ ୧୫କୁ ବୃଦ୍ଧି କରାଯାଇଛି । ଜମି ୫ ଏକର ଅଛି ନା ନାହିଁ ତାହାର ସର୍ଭେ ଜାନୁଆରୀ ୧୫ରେ ସରିବ । ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ୨ଟି କିସ୍ତି ମିଳିବ । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ କରାଯିବ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା । ମାତ୍ର ମାର୍ଚ୍ଚ ୩୦ ପରେ ଆବେଦନ କଲେ ମଧ୍ୟ ପ୍ରଥମ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button