ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବାକୁ ଥିବା ବେଳେ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ । ଖାରଜ ଆବେଦନର ରିଚେକ୍‌ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବରେ ଦାୟିତ୍ୱ ଦିଆଯାଇଛି । ଜିଲାସ୍ତରରେ ଜିଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି । ଖାରଜ ହିତାଧିକାରୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଜରିଆରେ ନୋଟିସ୍‌ ହେବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର, ଆରଆଇ ପୁନଃ ଯାଞ୍ଚ କରିବେ। ଖାରଜ ୨ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ, ବ୍ୟାଙ୍କ ଲିଙ୍କ୍‌ ପାଇଁ କଟିଥିଲେ ବ୍ୟାଙ୍କ ସହ ଯୋଗାଯୋଗ କରି ଜଣାଇବେ। ଅଙ୍ଗନବାଡି କର୍ମୀ, ଏମ୍‌ବିକେମାନଙ୍କୁ ଯାଞ୍ଚ କରି ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି ।

Related Articles

Back to top button