ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ପରବର୍ତ୍ତନ ଆଣିବେ ସରକାର

ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ରାଜ୍ୟରେ ବଦଳିବ ବହୁ ରାଜସ୍ୱ ନିୟମ। ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍‌ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍‌ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ। ଯାହାର ୨ ଡେସିମିଲ ଜମି ଥିବ ତାଙ୍କୁ ଅତିରିକ୍ତ ଦୁଇ ଡେସିମିଲ ଜମି ଦେବୁ। ଯାହାର ୩ ଡେସିମିଲ ଥିବ ତାକୁ ୧ ଡେସିମିଲ ଜମି ଦିଆଯିବ। ସେମାନଙ୍କ ଜମିଥିବା ସ୍ଥାନରେ ଅତିରିକ୍ତ ଜମି ଦେବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯିବ।ସରକାରଙ୍କ ଠାରୁ ମିଳୁଥିବା ଏହି ଜମିକୁ ୧୦ ବର୍ଷ ପରେ ହିତାଧିକାରୀମାନେ ପୂର୍ବରୁ ବିକ୍ରି କରି ପାରୁଥିଲେ। ମାତ୍ର ନୂଆ ନିୟମରେ ଏହି ଜମି ଆଦୌ ବିକ୍ରି ହୋଇପାରିବ ନାହିଁ ବରଂ ଉତ୍ତରାଧିକାରୀ ସୂତ୍ରରେ ପିଢ଼ି ପରେ ପିଢ଼ି ଦାୟାଦଙ୍କ ପାଖକୁ ଯିବ। ସେହିଭଳି ରାଜସ୍ୱ ସେବାରେ ଅନେକ ନିୟମ ଆସିବ। ପ୍ରଚଳିତ ସମସ୍ତ ନିୟମର ସରଳୀକରଣ କରାଯିବ। ଲୋକେ ସହଜରେ ବିଭିନ୍ନ ସାର୍ଟିଫିକେଟ ପାଇ ପାରିବେ ସେନେଇ ମଧ୍ୟ ନୂଆ ଗାଇଡ ଲାଇନ ଆସିବ ବୋଲି ରାଜସ୍ବମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Related Articles

Back to top button