ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ରାଜେଶ ପଣ୍ଡିତଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ

ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ରାଜେଶ ପଣ୍ଡିତଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଗୃହ ବିଭାଗକୁ ଏକ ଚିଠି ଲେଖାଯାଇଛି । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ଆଇପିଏସ ରାଜେଶଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ନିର୍ଦ୍ଦେଶନାମା ପରେ ନିଲମ୍ବନ ସମୟରେ ରାଜେଶ ପୋଲିସ ହେଡକ୍ୱାର୍ଟରରେ ରହିବେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ରାଜେଶ ହେଡକ୍ୱାର୍ଟର ଛାଡ଼ି ପାରିବେ ନାହିଁ ବୋଲି କୁହାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Related Articles

Back to top button