ରାଜ୍ୟରେ ବଢୁଥିବା ସାଇବର କ୍ରାଇମକୁ ନେଇ କ୍ରାଇମବ୍ରାଞ୍ଚକୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ ।

ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ନେଇ ମାନ୍ୟବର ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । କ୍ରାଇମବ୍ରାଞ୍ଚକୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ପେଟିଏମରେ ଏକ ଠକେଇ ମାମଲାକୁ ନେଇ ଜଣେ ମହିଳା ସୁପ୍ରଭା ବେହେରା ହାଇକୋର୍ଟଙ୍କ ଆବେଦନ କରିଥିଲେ ।କ୍ରାଇମବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି । କୋର୍ଟ କହିଛନ୍ତି, ଯେ ସାଇବର କ୍ରାଇମ ରୋକିବା ଦିଗରେ ପୁଲିସର ପଦକ୍ଷେପ ଯଥେଷ୍ଟ ନୁହଁ କି ପ୍ରଭାବଶାଳୀ ନୁହଁ ।

ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ସାଇବର ଅପରାଧର ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ସତ୍ୟପାଠ ଦାଖଲ କରନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରଭାଙ୍କ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଏଡିଜି କ୍ରାଇମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Related Articles

Back to top button