ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ

ଆଜି ଏଏସଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ନିଷ୍ପତି ନେଇଛନ୍ତି । ଏଏସଓ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ କରିବାକୁ କୋର୍ଟରେ ଆବେଦନ କରିଥିଲେ ଆଶାୟୀ କିନ୍ତୁ କୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇନଥିଲେ । ଏନେଇ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ ହାଇକୋର୍ଟ । ଏହି ରାୟର ପୁର୍ନବିଚାର କରିବାକୁ କିଛି ପରୀକ୍ଷାର୍ଥୀ ଆବେଦନ କରିଥିଲେ ।

ସୂଚନା ଅନୁସାରେ, ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ ଓପିଏସସି ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ମେ’ ୧୯ ତାରିଖରେ ତାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଏସଓ ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେବାପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେଥିପାଇଁ ସେମାନେ କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ ଓପିଏସସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଥିଲେ । ପୁରା ଜଜ୍‌ମେଣ୍ଟ କପି ଆସିବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଥିଲେ।

Related Articles

Back to top button