ନିଜ ଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରି ମେଜର ଓ ବାନ୍ଧବୀଙ୍କ ନାମ ନନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭରତପୁର ଥାନା କାଣ୍ଡକୁ ନେଇ ନିଜ ଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଉଚ୍ଚନ୍ୟାୟଳୟ । ଏଥିସହ ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବାକୁ ଦେଇଛନ୍ତି ନିର୍ଦ୍ଦେଶ।ଏପିରିକି ଏହି ମାମଲା ସହିତ ସଂପୃକ୍ତି ଥିବା ସମସ୍ତ ଲୋକଙ୍କର ପରିଚୟ ସାର୍ବଜନୀନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାଳୟ। ମାମଲାର ତଦାରଖ କରିବାକୁ ମଧ୍ୟ କରିଛନ୍ତି ମନା । ରାଜ୍ୟରେ ଥିବା ସମସ୍ତ ଥାନା ଗୁଡିକରେ ସିସିଟିଭି ଲଗାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟଳୟ ।ଅନ୍ୟପଟେ ଏହି ଘଟଣାକୁ ନେଇ ଆସନ୍ତାକାଲି ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହୃତ କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଘୋଷଣା କରିଛି ଦଳ।

Related Articles

Back to top button