
ବଢୁଛି ହୀରାକୁଦ ଜଳସ୍ତର
ସମ୍ବଲପୁର: ବଢୁଛି ହୀରାକୁଦ ଜଳସ୍ତର । ୬୨୦.୪୧ଫୁଟରେ ପହଞ୍ଚିଲା ହୀରାକୁଦ ଜଳ । ବର୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର ଘନଫୁଟ ବନ୍ୟାଜଳ । ଲକ୍ଷେ ୭୦ ହଜାର ୨୮୦ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରରୁ ନିସ୍କାସିତ ହେଉଛି । ୧୨ ଟି ଦେଇ ନିଷ୍କାସିତ ହେଉଛି । ବାମପଟୁ ୭ଟି ଡାହାଣ ପଟୁ ୫ଟି ଗେଟ୍ ଖୋଲାଅଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।