
ନଭେମ୍ବର ୧୫ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା
ଐତିହାସିକ କଟକ ବାଲିଯାତ୍ରା ପାଇଁ ସମୟ ଘୋଷଣା କରାଯାଇଛି। କଟକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୧୫ରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେବ ଓ ୨୨ ତାରିଖରେ ଶେଷ ହେବ। ୮ ଦିନ ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।୨୦୨୩ରେ ନଭେମ୍ବର ୧୭ ରେ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା। ଏହି ବାଲିଯାତ୍ରା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।