ଦାନା ପ୍ରଭାବରେ ଉଠିପାରେ 2 ମିଟର ପର୍ଯ୍ୟନ୍ତ ଜୁଆର ଏବଂ ସ୍ଥଳଭାଗକୁ ମାଡ଼ିପାରେ ଲୁଣିପାଣି

ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବ । ଧାମରା-ଭିତରକନିକା ପାଖାପାଖି ଉପକୂଳ ଅତିକ୍ରମ କରିବ । ଉପକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ସାମୁଦ୍ରିକ ଘୂର୍ଣ୍ଣି ବାତ୍ୟା ଦାନାରେ ପରିଣତ । ଉଠିପାରେ 2 ମିଟର ପର୍ଯ୍ୟନ୍ତ ଜୁଆର । ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ । ବ୍ରାହ୍ମଣୀ, ବୈତରଣୀ ନଦୀ ଜରିଆରେ ଲୁଣିପାଣି ଆସିପାରେ । ସଜାଗ ରହିବା ପାଇଁ ପରାମର୍ଶ ଦେଲେ IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ମୁକାବିଲା ଲାଗି 24 ଟି NDRF, 51 ଟି ଓଡ୍ରାଫ 218 ଟି ଅଗ୍ନିଶମ ଟିମ ମୁତୟନ ହୋଇଥିବା ବେଳେ ସାଢ଼େ ପାଞ୍ଚ ହଜାରରୁ ଅଧିକ ରିଲିଫ ସେଣ୍ଟର ଖୋଲା ଯାଇଛି ।

ବାତ୍ୟା ମୁକାବିଲା ଲାଗି ମନ୍ତ୍ରୀ ଓ ସଚିବ ମାନଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ତେବେ ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ରାଜସ୍ୱ ବିଭାଗ ସମେତ କୃଷି, ଶକ୍ତି, ଯୋଗାଣ , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ ତେଣୁ ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ ଅପିଲ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ।

Related Articles

Back to top button