ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

ଦେଶର ଅଧିକାଂଶ ଭାଗରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୂର୍ବଭାରତ, ପଶ୍ଚିମାଞ୍ଚଳ, ଉତ୍ତରପୂର୍ବ ଏବଂ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବ ।ଆସନ୍ତାକାଲି ବିହାର, ଓଡ଼ିଶା, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଥିବାବେଳେ କେନ୍ଦ୍ରୀୟ ଭାରତ କୋଙ୍କଣ, ଗୋଆ ଏବଂ ଗୁଜୁରାଟରେ ଚଳିତ ସପ୍ତାହରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରାଯାଇଛି । ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଗମନାଗମନ ବ୍ୟବସ୍ଥା କିଛିସମୟ ପାଇଁ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।

Related Articles

Back to top button