
ରୋହିଙ୍ଗ୍ୟା ସନ୍ଦେହରେ ଅଟକଙ୍କ ସପକ୍ଷରେ ବାହାରିଲେ ଟିଏମସି ସାଂସଦ
ଓଡ଼ିଶା ପୋଲିସକୁ ମହୁଆଙ୍କ ନାଲି ଆଖି । ଝାରସୁଗୁଡ଼ାରେ ରୋହିଙ୍ଗ୍ୟା ସନ୍ଦେହରେ ଅଟକଙ୍କ ସପକ୍ଷରେ ବାହାରିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଝାରସୁଡ଼ାରେ ୪୪୪ ଜଣଙ୍କୁ ଅଟକ ରଖି ସେମାନଙ୍କ ନାଗରିକତା ଯାଞ୍ଚ କରୁଛି ପୋଲିସ ।ମହୁଆ କହିଛନ୍ତି, ଅଟକଙ୍କ ଭିତରେ ନଦିଆର ୨୩ ଜଣ ଶ୍ରମିକ ଅଛନ୍ତି । ସେମାନଙ୍କୁ ବେଆଇନ୍ ଭାବେ ଅଟକ ରଖାଯାଇଛି । ସେମାନଙ୍କୁ ତୁରନ୍ତ ଛାଡ଼ିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିଛନ୍ତି ମହୁଆ ।
କହିଛିନ୍ତି, ଗତ ୨୪ ବର୍ଷ ଭିତରେ ଏଭଳି କେବେ ବି ହୋଇ ନଥିଲା । ଭାବନ୍ତୁ ନାହିଁ ଯେ, ଏହି ଶ୍ରମିକଙ୍କ ପାଇଁ ଲଢ଼େଇ କରିବାକୁ କେହି ନାହାନ୍ତି । ପଶ୍ଚିମବଙ୍ଗ କ୍ରିଷ୍ଣାନଗର ପୋଲିସର ଏକ ଭେରିଫିକେସନ୍ ରିପୋର୍ଟ ପୋଷ୍ଟ କରି ଅଟକମାନଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରିଛନ୍ତି ମହୁଆ ।ମହୁଆଙ୍କୁ ଜବାବ ରଖିଛି ରାଜ୍ୟ ପୋଲିସ । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଅଟକମାନଙ୍କୁ ନେଇ ଚିନ୍ତା ବ୍ୟକ୍ତକୁ ଆମେ ବୁଝି ପାରୁଛୁ । କିନ୍ତୁ ଜାତୀୟ ସ୍ବାର୍ଥ ଏବଂ ସୁରକ୍ଷାକୁ ସୁନିଶ୍ଚିତ ରଖିବା ସର୍ବୋଚ୍ଚ ଗୁରୁତ୍ବପୂର୍ଣ୍ଣ । ଏଥିରେ ସାଲିସ କରାଯାଇ ପାରିବ ନାହିଁ ।