ସରିଲା ଶ୍ରୀମନ୍ଦିର ଲେଜର ସ୍କାନିଂ ,ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା

ସରିଲା ଶ୍ରୀମନ୍ଦିର ଲେଜର ସ୍କାନିଂ । ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ପ୍ରଥମେ ହୋଇଥିଲା ଲେଜର ସ୍କାନିଂ । ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ମଧ୍ୟ ମରାମତି ହେବ । ତେଣୁ ସେ ସମୟରେ ନୀତିକାନ୍ତି କିଭଳି ବାଧାପ୍ରାପ୍ତ ନହେବ ସେନେଇ ମଧ୍ୟ ମୁଖ୍ୟ ପ୍ରଶାସକଙ୍କ ସହ ASI କର୍ତ୍ତୃପକ୍ଷଙ୍କ ଆଲୋଚନା ଚାଲିଛି ।

28 ତାରିଖରେ 37 ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଥିବା ବେଳେ ଗତକାଲି ଉତ୍ତରପାର୍ଶ୍ୱ କାନ୍ଥର 12 ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି । ଦୁଇଦିନରେ ମୋଟ 49 ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି । ଇଣ୍ଟରନେଟ କ୍ଲାଉଡ୍ ରେ ସ୍ପେସ୍ ସରିଯିବା ଯୋଗୁଁ ସ୍କାନିଂ ବନ୍ଦ ରହିଛି ବୋଲି ଗତକାଲି ଏଏସଆଇ (ASI) ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଆଜି ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁସାରେ ରତ୍ନଭଣ୍ଡାରର ଆଉ ଲେଜର ସ୍କାନିଂକରାଯିବ ନାହିଁ । ରତ୍ନ ଭଣ୍ତାର ସ୍କାନିଂ ଶେଷ ହୋଇଛି ବୋଲି କହିଛନ୍ତି ।

ତଦାରଖ ଟିମରେ ରହିଛନ୍ତି NMAର ପ୍ରତିନିଧି ସଂସ୍କୃତି ନିର୍ଦେଶକ ଦୀଲିପ ରାଉତରାୟ, ଉପଜିଲ୍ଲାପାଳ, ଏଏସଆଇ ପୁରୀ ସର୍କଲ ମୁଖ୍ୟ, ଓବିସିସି ଅଧିକାରୀ, ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅଧିକାରୀ । ବଡଛତା ମଠ, ଛାଉଣୀ ମଠ, ଉତ୍ତରପାର୍ଶ୍ୱ ମଠ ଓ କାକୁଡିଖାଇ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଟିମ୍ ଅନୁଧ୍ୟାନ କରିଛନ୍ତି ।

Related Articles

Back to top button