ଏକା ଲଢ଼ିବ ବିଜେପି: ମନମୋହନ ସାମଲ

ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଗତ ୧୭ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏହି ଚର୍ଚ୍ଚାକୁ ପରିସମାପ୍ତି କରିବା ସହ ବିଜେପି ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି ।

ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗତକାଲି ଦିଲ୍ଲୀରୁ ଫେରିଥିବା ବେଳେ ଆଜି ଉଭୟ ହିନ୍ଦୀ ଓ ଓଡ଼ିଆରେ ଟ୍ୱିଟ୍ କରି ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଚଳିତ ଥର ଏକାକୀ ସବୁ ଆସନରେ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି ।

ଏହାସହିତ ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇଛନ୍ତି ।

Related Articles

Back to top button