ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ଶୁଣିଲାନି ବିଏମସି। ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ । ଧାରଣାରେ ବସିଛନ୍ତି ୧୬୫ ବ୍ୟବସାୟୀ। ଭୁବନେଶ୍ୱର ସବୁଠୁ ଜନଗହଳୀପୂର୍ଣ୍ଣ ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଙ୍ଘ। ମାର୍କେଟରେ ଉଠାଦୋକାନୀମାନେ ଜୋର ଜବରଦସ୍ତ ବସୁଛନ୍ତି । ପ୍ରତିବାଦ କଲେ ସେମାନେ ନାଲି ଆଖି ଦେଖାଉଛନ୍ତି । ଏହି ସଂଘ ଏକତ୍ରିତ ହୋଇ ସୋମବାର ମାର୍କେଟ ସମେତ ମେୟର୍‌ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ

ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ। ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଙ୍ଘ ପକ୍ଷରୁ ବିଏମସିକୁ ୩ ଦିନ ସମୟ ଦିଆଯାଇଥିଲା।

ପ୍ରତିଶ୍ରୁତି ମୁତାବକ, ଉଠା ଦୋକାନୀମାନଙ୍କୁ ବିଏମସି ଉଠାଇ ପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଙ୍ଘ। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।

ଉଠାଦୋକାନୀଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ଲୋକେ। ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଙ୍ଘ ଅଭିଯୋଗ କରିଛନ୍ତି।

ଆଉ ସେମାନଙ୍କୁ ଏଠାରେ ବସାଉଥିବା ଲୋକେ କୋଟି କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସଙ୍ଘ ଅଭିଯୋଗ କରିଛି। ସ୍କୁଲ ପିଲାଙ୍କ ଡ୍ରେସ୍ ହେଉ ଅବା ଘରକରଣା ଜିନିଷ ସବୁ ଶସ୍ତାରେ ଏଠାରେ ମିଳେ। ତେଣୁ ପ୍ରତିଦିନ ଏଠାରେ ଜିନିଷ କିଣିବାକୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ ଜମିଥାଏ। ମାର୍କେଟ ବିଲ୍ଡଂ ବନ୍ଦ ଯୋଗୁ ଏବେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ।

Related Articles

Back to top button