ଚଳିତ ମାସ ଚତୁର୍ଥ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଚଳିତ ମାସ ଚତୁର୍ଥ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ସେନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଇଛି । ଆସନ୍ତା ୨-୩ ଦିନ ଭିତରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ନିର୍ବାଚନୀ ତାଲିମ୍ କାର୍ଯ୍ୟ ଓ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରକ ଫଳ ପ୍ରକାଶନ ବ୍ୟବସ୍ଥାରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥିବା କାରଣରୁ ଫଳ ପ୍ରକାଶ ସମୟକୁ ଘୁଞ୍ଚାଇ ଦିଆଯାଇଥିଲା ।

ବୋର୍ଡ ପକ୍ଷରୁ ନିଷ୍ପତ୍ତି ଚୂଡ଼ାନ୍ତ ହେବା ପରେ ଫଳ ପ୍ରକାଶ ପାଇବ । ଏହାପରେ କୃତୀ ପରୀକ୍ଷାର୍ଥୀଙ୍କ ହ୍ୱାଟସଆପରେ ଫଳାଫଳ ମିଳିଯିବ । ଚଳିତ ବର୍ଷ ଡିଜିଟାଲ ସାର୍ଟିଫିକେଟ ବ୍ୟବସ୍ଥା ପ୍ରଥମ ଥର ପାଇଁ ପ୍ରଚଳିତ ହେବାର ଯୋଜନା ଥିବାରୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ବୋର୍ଡ ପକ୍ଷରୁ ଏକ୍ସପର୍ଟଙ୍କ ସହାୟତା ଦିଆଯାଇଛି ।

ଫଳ ପ୍ରକାଶନ ପରେ କୃତୀ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ପରୀକ୍ଷାର୍ଥୀମାନେ କିପରି ହ୍ୱାଟସଆପରେ ନିଜ ନିଜର ରେଜଲ୍ଟ ଜାଣିପାରିବେ ତା’ ଉପରେ ମଧ୍ୟ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବରରେ ଲିଙ୍କ ପଠାଯିବ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥର ସାର୍ଟିଫିକେଟ ପାଇବା ପାଇଁ କୃତୀ ପରୀକ୍ଷାର୍ଥୀଙ୍କୁ ଆଉ ମାସାଧିକ କାଳ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ସହ ମଧ୍ୟମା, ଏସଓଏସସି ପରୀକ୍ଷା ହୋଇଥିଲା । ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

 

Related Articles

Back to top button