ଆଜି ବସିବ ବିଧାନସଭାର ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ଆଜି ବସିବ ବିଧାନସଭାର ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଉଭୟ ବୈଠକ ହେବ। ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ। ପ୍ରାୟ ୨୫ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବ ଉପସ୍ଥାପନା ହୋଇପାରେ ।

ସୂଚନା ଅନୁଯାୟୀ, ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ। ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେବ । ଏହା ବାଦ୍ କ୍ୟାବିନେଟ୍ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। ପ୍ରାୟ ୧୫ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିପାରେ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ୍ ଆସିଥିଲା ।

Related Articles

Back to top button