ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆସନ୍ତାକାଲି ବସିବା ପାଇଁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସକାଳ ୧୧ ଟା ସମୟରେ ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ରଥଯାତ୍ରା ପରେ ଏହା ପ୍ରଥମ ବୈଠକ ହୋଇଥିବାରୁ ବେଶ୍ ଗୁରୁତ୍ୱ ବହନ କରୁଛି ।

ସୂଚନାଥାଉ ଯେ, ପୂର୍ବରୁ ଦୁଇ ଦୁଇ ଥର ବୈଠକ ବସିବା ନିଷ୍ପତ୍ତି ନିଆଯାଇଥିଲା ହେଲେ ବସିପାରିନଥିଲା । ସେହିପରି ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ହେଲେ ଏହି ବୈଠକରେ ବନକଲାଗି ବିଭ୍ରାଟ, ରତ୍ନଭଣ୍ତାର ଖୋଲିବା ପରି ପ୍ରସଙ୍ଗ ବଷୟରେ ଆଲୋଚନା କରାଯିବ ନାହିଁ ବୋଲି ସୂଚନା ରହିଛି ।

ଅନ୍ୟପଟେ ବନକଲାଗି ନିତି ବିଭ୍ରାଟ ପ୍ରସଙ୍ଗରେ ନିତି କମିଟି ବୈଠକରେ କୌଣସି ନିର୍ଯାସ ବାହାରି ପାରିନଥିଲା । ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି ହୋଇଥିଏ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ରହିଥିଲେ ।

Related Articles

Back to top button