
ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ନେଇ ସତର୍କତା ଜାରି
ମୌସୁମୀର ଆଗମନରେ କିଛି ଦିନ ଧରି ସାରା ରାଜ୍ୟରେ ବର୍ଷିବା ପରେ ଏବେ ଠପ ହୋଇଯାଇଛି ବର୍ଷା। ଦକ୍ଷିଣ ଓଡିଶାର କିଛି ସ୍ଥାନକୁ ଏବେ ଯାଏଁ ବି ମୌସୁମୀ ବାୟୁ ଛୁଇଁ ନାହିଁ। ଆଗାମୀ ସପ୍ତାହ ଯାଏଁ ମୌସୁମୀ ଆଗେଇବାର ସମ୍ଭାବନା ନାହିଁ। ଜଳବାୟୁ ସ୍ଥିତି ଅନୁକୂଳ ନଥିବାରୁ ମୌସୁମୀ ଏବେ ଆଗକୁ ଅଗ୍ରସର ହେବନି । ମଙ୍ଗଳବାର ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଂଜାମ, ଗଜପତି ଏବଂ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ବୁଧବାର ମଧ୍ୟ ଏହି ସବୁ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଓ ଗରମ ସ୍ଥିତି ରହିବ। ଆସନ୍ତା ୬ ତାରିଖ ଯାଏଁ ଉପକୂଳବର୍ତ୍ତୀ ୧୧ ଜିଲ୍ଲାକୁ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ରହିଛି।