
୩ମାସ ଭିତରେ ଇ-କେୱାଇସି ନକଲେ କଟିଯିବ କାର୍ଡ : ଯୋଗାଣ ମନ୍ତ୍ରୀ
ରାଜ୍ୟରେ ରାସନ କାର୍ଡ ପାଇବା ପାଇଁ ୨୦ଲକ୍ଷ ୫୮ହଜାର ଲୋକ ଇ-କେୱାଇସି କରିନାହାଁନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସି କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି । ଆସନ୍ତା ୩ମାସ ଭିତରେ ଇ-କେୱାଇସି ନକଲେ ସେମାନଙ୍କ କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ଚାଉଳ ମିଳୁନାହିଁ ସେମାନେ ଯଥାଶୀଘ୍ର ଇ-କେୱାଇସି ଅପଡେଟ୍ କଲେ ସରକାର ଚାଉଳ ଦେବେ । ୩ମାସ ପର୍ଯ୍ୟନ୍ତ ସରକାର ଅପେକ୍ଷା କରିବେ, ସେହି ସମୟରେ କାର୍ଡ ଗୁଡିକ ସସପେଣ୍ଡ ଅବସ୍ଥାରେ ରହିବ । ୩ମାସରେ ଇ-କେୱାଇସି ନକଲେ କାର୍ଡ କାଟିଦେବେ ସରକାର । ଏହାସହିତ ନେଟୱାର୍କ ନଥିବା ଜିଲାମାନଙ୍କରେ ନେଟୱାର୍କ ବ୍ୟବସ୍ଥା କରାଯାଇଛି । ୫ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।