ମୁଖ୍ଯମନ୍ତ୍ରୀ ବସ ସେବା ନାଁରେ ମିଳିବ ଲକ୍ଷ୍ମୀ ବସ୍ ସେବା

ବଦଳିବ ଲକ୍ଷ୍ମୀ ବସର ନାଁ । ନାଁ ବଦଳି ହେବ ମୁଖ୍ଯମନ୍ତ୍ରୀ ବସ ସେବା । ଆଗକୁ ଏହି ନୂଆ ନାଁରେ ଲକ୍ଷ୍ମୀ ବସ ଚାଲିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ୨୦୨୩ ମସିହା ଅକ୍ଟୋବର ୧୨ରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଥିଲେ ବିଜେଡି ସରକାର । ଜନସାଧାରଣଙ୍କ ପ୍ରସ୍ତାବ ଅନୁସାରେ ପ୍ରତି ପଞ୍ଚାୟତରେ ବସ ସେବା ସୁନିଶ୍ଚିତ କରିବାକୁ ଏହି ଯୋଜନା ଆପଣାଯାଇଥିଲା । ପ୍ରତି ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଚଳାଚଳର ସୁବିଧା ହୋଇଥିଲା । ମହିଳା, ଛାତ୍ର ଓ ଦିବ୍ଯାଙ୍ଗମାନେ ପଞ୍ଚାୟତରୁ ବ୍ଲକକୁ ମାତ୍ର ୫ ଟଙ୍କାରେ ଯାତାୟାତ ସୁବିଧା ପାଉଥିବାବେଳେ ମିଶନ ଶକ୍ତି ମହିଳାଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା । ସାରା ରାଜ୍ଯର ୯୦ ପ୍ରତିଶତ ପଞ୍ଚାୟତରେ ପ୍ରାୟ ୧ହଜାର ଲକ୍ଷ୍ମୀ ବସ ସେବା ଯୋଗାଉଥିଲା । ରାଜ୍ଯରେ ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ ଚଳାଚଳକୁ ନେଇ ଅନେକ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ବସ ନୂଆ ନାଁରେ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button