
ମୋ ସ୍କୁଲ ଅଭିଯାନ ନାଁ ବଦଳି ହେଲା ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ
ବଦଳିଲା ମୋ ସ୍କୁଲ ଅଭିଯାନ ନାଁ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନର ନାଁ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି । ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳି ହେଲା ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁ ବଦଳାଇବାକୁ କରିଥିଲେ ଘୋଷଣା। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ହୋଇଥିଲା ବ୍ୟୟବରାଦ ।