ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଳପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଳପାତ୍ର ଶପଥ ଗ୍ରହଣ କରିଛନ୍ତି। ତ୍ରିପୁରାର ଉଦୟପୁର ଠାରେ ୧୯୬୧ ମସିହା ଅକ୍ଟୋବର ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ତଳପାତ୍ର । କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ହାସଲ କରିଥିଲେ। ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ଭଳି ବାର କାଉନସିଲର ସଦସ୍ୟ ଥିଲେ । ପରେ ୨୦୧୧ରେ ସେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେ ୨୦୧୨ ଜୁନ ୧୦ ତାରିଖରୁ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ଆଜି ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

Related Articles

Back to top button