
ଆସନ୍ତା ୯ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ହେବ ପରବର୍ତ୍ତୀ ବୈଠକ
ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ ହୋଇଛି। ସମସ୍ତ ଦିଗକୁ ଓ ନଥିପତ୍ରକୁ ପରୀକ୍ଷା ନିରୀକ୍ଷା କରାଯାଇ ଏହାର ସମିକ୍ଷା କରାଯାଇଛି। ଡୁପ୍ଲିକେଟ୍ ଚାବି ଟ୍ରେଜେରୀରେ ଅଛି ଏବଂ ଆସନ୍ତା ୯ ତାରିଖରେ ପରବର୍ତ୍ତୀ ବୈଠକ ହେବ। ୯ ତାରିଖ ଦିନ କମିଟିରେ ଡୁପ୍ଲିକେଟ୍ ଚାବି ସଵମିଟ୍ ହବ। ଏହାପରେ ସେହିଦିନ ରତ୍ନ ଭଣ୍ଡାର ଖୋଲାଯିବା ପାଇ ତାରିଖ ମଧ୍ୟ ଘୋଷଣା ହେବ। ଚାବି କାମ ନକଲେ ଆବଶ୍ୟକ ସ୍ଥଳେ ତାଲା ଭଙ୍ଗାଯିବା ପାଇଁ ନିଷ୍ପତି ହୋଇଛି। ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ରହିବ।ଏଥିପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଘୋଷଣା ହେବ। ଯଦି ତାଲା ଖୋଲିଲା ତେବେ ଗଣତି ଓ ମରାମତି କାମ ଆରମ୍ଭ ହେବ। ମରାମତି ପାଇଁ ଯଦି କମିଟି ଉପଲବ୍ଧି କଲା ଅଳଙ୍କାର ଥାଇ ମରାମତି ହୋଇପାରିବନି ତେବେ ପରିଚାଳନା କମିଟି ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବ ଓ ତାର କେମିତି ଗଣତି ହେବ ସେନେଇ ବୈଠକରେ ଆଲୋଚନା ହୋଇଛି। ଏପରିକି ଗଣିବାକୁ କିଏ ଆସିବ ସେନେଇ ମଧ୍ୟ ପରିଚାଳନା କମିଟି ନିଷ୍ପତ୍ତି ନେବ। ଏହାସହିତ ଡୁପ୍ଲିକେଟ୍ ଚାବି ଆଣିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି।