
ମୋ ବସ୍ ନାଁ ବଦଳି ଆମ ବସ୍ ହେବ ଏବଂ ବସ୍ ସଂଖ୍ୟା ବଢିବ
ଆଜି ସକାଳେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନଠାରୁ ଗାଢକଣ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏବଂ ଯାତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛିା ମନ୍ତ୍ରୀ କହିଛନ୍ତି ବସ୍ ସେବା ଭଲ ଅଛି , ଆହୁରି ବସ୍ ସଂଖ୍ୟା ବଢିବ। ପ୍ରଧାନମନ୍ତ୍ରୀ ଇ-ବସ୍ ଯୋଜନାରେ ଆଉ ୪୦୦ ବସ୍ ଆସୁଛି। ଭୁବନେଶ୍ଵର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ। ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ଵ ସହ ନିଆଯିବ। ଆଗକୁ ମୋ ବସ୍ ଗୁଡିକ ଇଲେକ୍ଟ୍ରିକ୍ ବସ୍ ହେବ । ଏବଂ ମୋ ବସ୍ ନାଁ ବଦଳି ଆମ ବସ୍ ହେଲେ ଭଲ ହେବ ବୋଲି କହିଛନ୍ତି ମନ୍ତ୍ରୀ।