
ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା
ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଶେଷ କରି କଣାସ ଅଞ୍ଚଳରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ରୁ ୨୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଓଭର ହେଡ୍ ଟ୍ୟାଙ୍କକୁ କ୍ଲୋରିଫିକେଶନ ସହ ବାଇପାସ ଉତ୍ସ କୌଣସି ପରିସ୍ଥିତିରେ ବ୍ୟବହାର ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ବିଶୁଦ୍ଧ ପାନୀୟ ଜଳ ଯୋଗାଯାଉଛି। ହଇଜା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତା ଏକ ସପ୍ତାହ ପରେ ପୁର୍ନବାର ସ୍ଥିତିର ସମୀକ୍ଷା କରାଯିବ।ବିଶେଷ କରି ଟ୍ୟାଙ୍କର ମାଧ୍ୟମରେ ପାଣି କେଉଁ ସୂତ୍ରରୁ ଆସିଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ଦୟା ନଦୀ ଜଳ ପ୍ରଦୂଷିତ ହୋଇଛି । ଏତେ ବଡ ନଦୀକୁ ଏକ ସମୟରେ ବିଶୋଧନ କରିବା ସମ୍ଭବପର ନୁହେଁ । ନଦୀର ଯେଉଁ ଯେଉଁ ଉତ୍ସରୁ ପାଣି ବ୍ୟବହାର ହେଉଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।