ପାହାଳ ମିଠା କିଣିଲେ ଏଥର ଗଣିବେ ଅଧିକ ଟଙ୍କା

ଭୁବନେଶ୍ବର: ମହଙ୍ଗା ହେବ ପାହାଳ ମିଠା। ଏଥର ମିଠା କିଣିଲେ ଦେବାକୁ ପଡ଼ିବ ଅଧିକ ଦର। କାରଣ, କାଲିଠୁ ପାହାଳରେ ବଢୁଛି ମିଠା ଦର। ସମସ୍ତ ପ୍ରକାର ମିଠାରେ ଦର ବୃଦ୍ଧି ହେବ।

ଏ ନେଇ ନିଷ୍ପତ୍ତି ନେଇଛି ପାହାଳ ମିଠା ବ୍ୟବସାୟୀ ସଙ୍ଘ। କିଛି ମିଠା ପୂର୍ଵ ଦର ଠାରୁ ୨ଟଙ୍କା ବୃଦ୍ଧି କରାଯାଇଛି ତ ଆଉ କିଛି ମିଠା ଦର ୫ରୁ ୧୦ ଟଙ୍କା ବୃଦ୍ଧି ପାଇଛି।

କ୍ଷୀର ଦର ୪ ଟଙ୍କା ବୃଦ୍ଧି ହେବାପରେ ଏଭଳି ନିଷ୍ପତ୍ତି ନେଇଛି ମିଠା ବ୍ୟବସାୟୀ ସଙ୍ଘ। ମିଠା ଦର ବୃଦ୍ଧି ପୂର୍ବରୁ ତିନି ଦିନ ଧରି ବନ୍ଦ ରହିଛି ମିଠା ବଜାର।

ଏନେଇ ସଙ୍ଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀରାଧାବଲ୍ଲଭ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଦରବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବା ସହ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Related Articles

Back to top button