ଆସନ୍ତା ୧୨ ତାରିଖ ସଂଧ୍ୟା ଯାଏ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ
ଆସନ୍ତା ୧୨ ତାରିଖ ସଂଧ୍ୟା ଯାଏ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ। ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ। ସମସ୍ତେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ମାଗଣାରେ ବୁଲିପାରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତାକାଲି ସନ୍ଧ୍ଯାଠାରୁ ଏହା ଖୋଲା ରହିବ। ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ ସାଧାରଣ ଲୋକ ।
ଆଜି ଉଦଯାପିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭ। ଏହି ଉଦ୍ ଯାପନ ସଭାରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କୁ ସମ୍ମେଳନ ସ୍ଥଳରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କୁ ସ୍ବାଗତ କରିଥିଲେ। ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଉଲେଖ୍ଯଯୋଗ୍ୟ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ଦୁଇରୁ ତିନି ଦିନ ଯାଏଁ ସାଧାରଣଲୋକଙ୍କ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବହୁତ ଭଲ କାର୍ଯ୍ୟକ୍ରମ । ଆୟୋଜନ ବହୁତ ସୁନ୍ଦର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଭଳି ପ୍ରଦର୍ଶନ ଦ୍ବାରା ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍ରେ ବିଶ୍ୱ ଆଗରେ ରଖାଯାଇଛି ।