ଆରମ୍ଭ ହେଲା ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି : ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ

ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି, ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୂର୍ଦ୍ଧାମୂର୍ତ୍ତି । ଆଜି ସକାଳୁ ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ। ଶୁକ୍ରବାର ଦର୍ପଦଳନ ଓ ତାଳଧ୍ବଜ ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ଵାରକୁ ନିଆଯାଇଥିଲା । ଘଣ୍ଟର ତାଳେତାଳେ ପୋଲିସ ବାହିନୀ ଓ ଭକ୍ତମାନେ ରଥକୁ ଟାଣିଟାଣି ଦକ୍ଷିଣ ମୋଡ କରାଇଥିଲେ । ତେବେ ଆସନ୍ତା ୧୫ ତାରିଖରେ ବାହୁଡା ଥିବା ବେଳେ କାଲି ସଂଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁ ଆଡପ ମଣ୍ଡପରେ ଦର୍ଶନ ଦେବେ । ସେଥିପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି ।ଆସନ୍ତାକାଲି ସନ୍ଧ୍ୟା ୫ଟାଠାରୁ ବନ୍ଦ ରହିବ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ। ସୋମବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ରହିଛି। ଏହି ଉପଲକ୍ଷେ ପୂର୍ବ ପ୍ରସ୍ତୁତି ନିମନ୍ତେ ଆସନ୍ତାକାଲି ସନ୍ଧ୍ୟା ଘ.୫.୦୦ ଟିକା ଠାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଏଣୁ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ।

Related Articles

Back to top button