
ଖୁବ ଶୀଘ୍ର ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳିବ
ଖୁବ ଶୀଘ୍ର ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳିବ । ନଭେମ୍ବର ମାସରୁ ପିଏମ୍ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଏହି ଯୋଜନା ମାଧ୍ୟମରେ ଘର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟାଯିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ସମସ୍ତ ହିତାଧିକାରୀଙ୍କୁ ଘର ମିଳିବ । ଏହି ଯୋଜନା ମାଧ୍ୟମରେ ଘରେ ଖଣ୍ଡିଏ ପାଇଁ ଆଶା ରଖିଥିବା ହିତାଧିକାରୀଙ୍କୁ ସରକାର ଘର ଦେବେ ।
ପୂର୍ବରୁ ପିଏମ୍ ଆବାସ ଯୋଜନାରେ ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ରାଜ୍ୟ ସରକାର ଦେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ । ଏନେଇ ପରମିଟ୍ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ । ଘର ତିଆରି ପାଇଁ ବାଲି ମିଳୁନଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।