ଫେବ୍ରୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ : ପୃଥ୍ବୀରାଜ ହରିଚନ୍ଦନ

ଫେବ୍ରୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ ହେଉଛି ଧାଡ଼ି ଦର୍ଶନ । କିଛି ଦିନ ଗଡ଼ିପାରେ, ଫେବ୍ରୁଆରୀ ୧ରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ । ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଆବଶ୍ୟକତା ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ ହେବ ।ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଲାଗୁ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା। ଶୁକ୍ରବାର ଥିବାରୁ କିଛି କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିଛନ୍ତି ।ପାନ, ଗୁଟ୍‌ଖା, ମାଦକ ଦ୍ରବ୍ୟ ଉପରେ କଟକଣା ଲାଗିଛି। ସିସିଟିଭି ଲାଗିବ, ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।ମୁଖ୍ୟ ପ୍ରଶାସକ କହିଛନ୍ତି, ଶୁକ୍ରବାର ଥିବାରୁ କିଛି କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିଛନ୍ତି। ପାନ, ଗୁଟ୍‌ଖା, ମାଦକ ଦ୍ରବ୍ୟ ଉପରେ କଟକଣା ଲାଗିଛି। ସିସିଟିଭି ଲାଗିବ, ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜାନୁଆରୀ ୩୧ ସୁଦ୍ଧା ନିଜ ସଂପତ୍ତି ତାଲିକା ଦାଖଲ କରିବେ।

ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଲାଗୁ ହେବ ମାର୍ଗଦର୍ଶିକା। ପରେ ଶ୍ରୀମନ୍ଦିର ଭିତରେ କଡ଼ାକଡ଼ି ମାର୍ଗ ଦର୍ଶିକା ଲାଗୁ ହେବ। ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅଧିକୃତ ବ୍ୟକ୍ତିଙ୍କ ସମେତ ଅନ୍ୟ କୌଣସି ବ୍ୟକ୍ତି ଶ୍ରୀମନ୍ଦିରକୁ ମୋବାଇଲ ନେବେ ନାହିଁ। ସେବାୟତଙ୍କୁ କିପ୍ୟାଡ୍ ଫୋନ୍ ନେଇପାରିବେ ।ସେହିପରି ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି।

Related Articles

Back to top button