ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୬ ଦିନ ଭିତରେ ୧୫ ରୋଗୀ ଆକ୍ରାନ୍ତ ହୋଇଛନ୍ତି, ଯାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ମୁକାବିଲା ଚିନ୍ତାକୁ ଦୃଷ୍ଟିରେ ରଖି ଏଥିପାଇଁ ଭୋଜି ଭାତରେ କଟକଣା କରାଯାଇଛି। କଟକଣା ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଏହାରି ଭିତରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଦୟା ନଦୀ ପାଣି ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ଦୟା ନଦୀ ପାଣି ବ୍ୟବହାର ନକରିବାକୁ ମାର୍ଗଦର୍ଶିକା ଜାରି ହୋଇଛି। ରୋଷେଇ ଓ ପିଇବାରେ ବ୍ୟବହାର ନକରିବାକୁ ଅପିଲ୍ କରାଯାଇଛି। ସୂଚନା ଅନୁଯାୟୀ ଗତ ୬ ଦିନ ଭିତରେ ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। କଣାସ ମେଡିକାଲରେ ୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ। ଗତ କିଛି ମାସ ତଳେ କଣାସ ଅଂଚଳରେ ଡାଇରିଆ ରୋଗ ୪ ଜଣଙ୍କର ମୁଣ୍ଡ ନେଇଥିଲା। ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ମନା କରାଯାଇଥିଲା। ଏବେ ପୁଣି କଣାସ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାର କାରଣ ପାଲଟିଛି। ଏବେ ବି ପିଇବା ପାଣି ସମସ୍ୟା ଲାଗିରହିଛି। ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Related Articles

Back to top button